ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌: ସିବିଆଇ ପକ୍ଷରୁ ଦିଲ୍ଲୀ ଏବଂ ଚେନ୍ନାଇରେ ଥିବା ପ୍ରାୟ ୭ଟି ସ୍ଥାନରେ ଏକାକାଳୀନ ଛାନଭିନ୍

ନୂଆଦିଲ୍ଲୀ: ବଢ଼ିଲା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ପୁଣି ଅଡୁଆ । ପୁଣି ଥରେ ଝାମ୍ପ ମାରିଲା ସିବିଆଇ | ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଠିକଣାରେ ସିବିଆଇ ଚଢାଉ କରିଛି । ସିବିଆଇ ଦିଲ୍ଲୀ ଏବଂ ଚେନ୍ନାଇରେ ଥିବା ପ୍ରାୟ ୭ଟି ସ୍ଥାନରେ ଏକାକାଳୀନ ଛାନଭିନ୍ ଜାରି ରଖିଛି ।

ଆଜି (ମଙ୍ଗଳବାର) ସକାଳୁ ସକାଳୁ ଏହି ଚଢାଉ ଆରମ୍ଭ କରିଦେଇଛି |

ମିଳିଥିବା ସୂଚନା ଅନୁସାରେ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ଥିବା ପୁରୁଣା ମାମଲାରେ ଏହି ରେଡ୍ କରୁନି ସିବିଆଇ । ବରଂ କୌଣସି ନୂଆ ମାମଲାରେ ସିବିଆଇ ଛାନଭିନ୍ କରୁଥିବା ଜଣାପଡିଛି । ଅବୈଧ ଲେଣଦେଣ ଅଥବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରେଡ୍ କରୁଥିବା କୁହାଯାଉଛି ।

କିନ୍ତୁ ଏ ନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ଯେ କେଉଁ ମାମଲାରେ ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପି. ଚିଦାମ୍ବରମ୍ କଂଗ୍ରେସ ସରକାରରେ ଅର୍ଥ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଥିଲେ ।

Related Posts