ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ମୋଟ ୨୧ଟି ଟିମ ଗଣନାରେ ସାମିଲ ହୋଇଛନ୍ତି | ଜଳପଥରେ ୧୯ ଟିମ୍ ଓ ସ୍ଥଳପଥରେ ୨ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଆଜି ସକାଳ ଭୋର ୫ଟାରୁ ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଓ ନୂଆପଡା ଅଞ୍ଚଳରେ ଏହି ଗଣନା କାର୍ଯ୍ୟ ଜାରି ରହିଛି । ଏହି ଗଣନାରେ ବନ୍ୟପ୍ରାଣୀ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟ ଏବଂ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି । ଏହି ଗଣନା ଶେଷ ହେବା ପରେ ସଂଧ୍ୟାରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଭାଗୀୟ ଏସିଏଫ କହିଛନ୍ତି ।

ଚିଲିକାରେ ପକ୍ଷୀ ଗଣନା ଆରମ୍ଭଖାଦ୍ୟ ଅନ୍ୱେଷଣରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଉଡି ଆସିଛନ୍ତି ବିଦେଶୀ ପକ୍ଷୀ । ଚଳିତ ବର୍ଷ ଚିଲିକାକୁ କେତେ ପକ୍ଷୀ ଆସିଛନ୍ତି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହାର ଗଣନା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ୨୦୨୦ରେ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ବଢ଼ିଥିଲା । ଏହି ବିଶାଳ ହ୍ରଦରେ ସେହି ବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଥିଲା। ପକ୍ଷୀମାନଙ୍କ ଭିତରେ ରହିଥିଲେ ୧୧ ପ୍ରଜାତି । ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ। ଚିଲିକାର ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ବେଳେ ଗତ ବର୍ଷ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀଙ୍କର ସମାଗମ ଦେଖିବାକୁ ମିଳିଥିଲା । କିନ୍ତୁ ବାଲୁଗାଁ ରେଞ୍ଜରେ ସର୍ବାଧିକ ପକ୍ଷୀ ସଂଖ୍ୟା ଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଦେଖିବାକୁ ମିଳିଥିଲା ।

Related Posts