ଆଜିଠୁ ୧୭ ଯାଏଁ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ଏବଂ ଜଳାଶୟ ବନ୍ଦ: ଗଞ୍ଜାମ ଜିଲ୍ଲା ପ୍ରଶାସନ

ଆଜିଠୁ ୧୭ ଯାଏଁ ଗଞ୍ଜାମର ସମସ୍ତ ସମୁଦ୍ର ବେଳାଭୂମି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଉତ୍ସବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନିଆଯାଇଛି । ପୋଲଙ୍ଗଲ ଉତ୍ସବ ତେଲୁଗୁ ସମାଜର ଏକ ପ୍ରମୁଖ ପର୍ବ ।

ଏହି ସମୟରେ ଗୋପାଳପୁର, ସୋନାପୁର ଇତ୍ୟାଦି ଏବଂ ଅନ୍ୟାନ୍ୟ ପ୍ରମୁଖ ଜଳାଶୟଗୁଡିକ ୧୭ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

Related Posts