ଆଜି କାନପୁର ମେଟ୍ରୋ ରେଲ ପ୍ରକଳ୍ପର ଶୁଭଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି କାନପୁର ମେଟ୍ରୋ ରେଲ ପ୍ରକଳ୍ପର ହେବ ଶୁଭଉଦ୍ଘାଟନ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ମଙ୍ଗଳବାର) ଅପରାହ୍ନ 1.30ରେ ପ୍ରକଳ୍ପର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ବିନା-ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 11 ଟାରେ ଆଇଆଇଟି କାନପୁରର 54ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ସହରାଞ୍ଚଳ ଗମନାଗମନକୁ ସୁଗମ କରିବା ପାଇଁ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସଂପୂର୍ଣ୍ଣ ହୋଇଥିବା ସେକ୍ସନର ଉଦଘାଟନ ହେବ । ସମାପ୍ତ ହୋଇଥିବା 9 କିଲୋମିଟର ଲମ୍ବା ସେକ୍ସନଟି ଆଇଆଇଟି କାନପୁରରୁ ମୋତି ଜେଲ ପର୍ଯ୍ୟନ୍ତ ରହିଛି। ଉଦଘାଟନ ପରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନାଗର ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ। କାନପୁରରେ ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଲମ୍ବ 32 କିମି ଏବଂ ଏହାକୁ 11,000 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ବିନା-ପାଙ୍କି ମଲ୍ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବେ। 356 କିମି ଲମ୍ବା ପ୍ରକଳ୍ପର ବାର୍ଷିକ ପ୍ରାୟ 3.45 ନିୟୁତ ମେଟ୍ରିକ ଟନ କ୍ଷମତା ରହିଛି।

Related Posts