
ବହୁ ଦିନ ଅପେକ୍ଷାର ଆଜି ଘଟିବ ଅନ୍ତ | ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଆଜି ରିଲିଜ୍ ହେବ | ଏହି ଫିଲ୍ମଟି କେବଳ ତେଲୁଗୁ ଭାଷାରେ ହେବ ନାହିଁ, ହିନ୍ଦୀ, ତାମିଲ, କନ୍ନଡ ଏବଂମାଲାୟାଲମରେ ମଧ୍ୟ ପରଦାକୁ ଆସିବାକୁ ଯାଉଛି | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନାକୁ ସାଙ୍ଗରେ ଦେଖିବାକୁ ପାଇବେ ଦର୍ଶକ |
ରିଲିଜ୍ ପୂର୍ବରୁ ଫିଲ୍ମଟିର କାହାଣୀ କ’ଣ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁଥିରେ ସୁନୀଲ, ଅନାସୁୟା ଭରଦ୍ୱାଜ ଏବଂ ଫହାଦ ଫାଜିଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ୍ ପରେ ଫିଲ୍ମଟି କିପରି ହେବ ତାହା ଦେଖିବାକୁ ବାକି ରହିଲା।