ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିହାରରେ ସରୁଛି ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ଏହାରି ଭିତରେ ଅନେକ ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ କରିସାରିଲେଣି । ହେଲେ ମହାଗଠବନ୍ଧନରେ ହୋଇପାରୁନି ଆସନ ବୁଝାମଣା । ଆରଜେଡି ଓ କଂଗ୍ରେସ ମଧ୍ୟରେ ଅଚଳାବସ୍ଥା ଜାରି ରହିଥିବାବେଳେ କେବଳ ସିପିଆଇଏମଏଲ ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ପ୍ରାୟ ୭୦ ଆସନ ଦାବି କରୁଥିବାବେଳେ ତେଜସ୍ୱୀ ଯାଦବ ଏଥିଲାଗି ଅରାଜି ଅଛନ୍ତି ।





