ଆଜି ଭୁବନେଶ୍ୱର ଆସିବ ସହିଦ ରାଣାପ୍ରତାପଙ୍କ ମରଶରୀର, ବିମାନ ବନ୍ଦରରେ ଦିଆଯିବ ଗାର୍ଡ ଅଫର ଅନର

ନିଜ ଜନ୍ମ ମାଟିକୁ ଫେରିବ ସହିଦ ରାଣାପ୍ରତାପଙ୍କ ମରଶରୀର । ଆଜି ଦିନ ଗୋଟାଏ ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ | ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯିବ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ସୂଚନାଯୋଗ୍ୟ, ସିଡିଏସଙ୍କ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ରାଣା ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିଲେ । ସହିଦ ରାଣା ପ୍ରତାପଙ୍କ ଘର ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ । ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା |

Related Posts