ଆଜି ସାନି ମତଦାନ: କଡା ସୁରକ୍ଷା ମଧ୍ୟରେ ୪୫ଟି ବୁଥରେ ଚାଲିଛି ଭୋଟ ଦାନ

ଆଜି ୪୫ଟି ବୁଥରେ ସାନି ମତଦାନ | ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ସ୍ଥାନରେ ଆଜି ମତଦାନ ସାବ୍ୟସ୍ତ କରିବେ ମତଦାତା | ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିବା ପରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଫେଜରେ ବାତିଲ ହୋଇଥିଲା ଯାଜପୁର ବ୍ଲକର ୯ଟି, ଭଦ୍ରକ ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଗଁଦିଆ ବ୍ଲକର ୪ଟି, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ ଓ କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ଭୋଟ ହେଉଛି । ସେହିଭଳି ଦ୍ୱିତୀୟ ଫେଜରେ ଭୋଟଦାନ ହେଉଥିବା ମତଦାନ କେନ୍ଦ୍ରଗୁଡିକ ମଧ୍ୟରେ ରହିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି ଓ ଜଗତସିଂହପୁର ବ୍ଲକର ୩ଟି ବୁଥ ।

ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।

ସେପଟେ, ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ବାଲଟା ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଚାରି ୫ଟି ସ୍ଥାନରେ ବିଭିନ୍ନ କାରଣରୁ ଭୋଟଦାନ ବାଧାପ୍ରାପ୍ତ ହୋଇଛି

Related Posts