
ହିମାଚଳ ପ୍ରଦେଶ କ୍ୟାଡର ଆଇପିଏଏସ୍ ଅଧିକାରୀ ଅରବିନ୍ଦ ଦିଗବିଜୟ ନେଗୀ ଗିରଫ | ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’କୁ ଭାରତର ଗୋପନୀୟ ତଥ୍ୟ ଦେବା ସଂଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତାଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଏନ୍ଆଇଏରେ ଏସ୍ପି ପଦରେ ମୁତୟନ ଥିଲେ ଅରବିନ୍ଦ ଦିଗବିଜୟ ନେଗୀ | ଏହି ମାମଲାରେ ଯାଞ୍ଚ ଆରମ୍ଭ ହେବା ପରେ ତାଙ୍କୁ ପୁଣି ଥରେ ତାଙ୍କ ସ୍ଥାନକୁ ଫେରାଇ ଦିଆଯାଇଛି ।
ଏନ୍ଆଇଏର ଜଣେ ବିରଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସିଂ ଆତଙ୍କାବାଦୀ ସଂଗଠନ ଲଶ୍କର-ଏ-ତଇବାକୁ ସମର୍ଥନ କରୁଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ ୨୦୨୧ ନଭେମ୍ବର ୬ରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଥିଲା ଯେ, ଅଭିଯୁକ୍ତ ନକ୍ସଲ ସଂଗଠନକୁ ଭାରତର ଗୋପନ ତଥ୍ୟ ଦେଉଥିଲେ । ଫଳରେ ଆତଙ୍କବାଦୀମାନେ ନିଜର ଅପରେଶନରେ ସଫଳ ହେଉଥିଲେ ।