
ବେଙ୍ଗାଲୁରୁ: ଆତ୍ମହତ୍ୟା କଲେ କର୍ଣ୍ଣାଟକର ବିଜେପି ନେତା | ଫ୍ୟାନରେ ରଶି ଲଗାଇ ଝୁଲିପଡିଲେ ନେତା | ମୃତକ ନେତା ବେଙ୍ଗାଲୁରୁ ହିରୋହଲ୍ଲୀ ଓ୍ବାଡର ବିଜେପି ନେତା ଅନନ୍ତରାଜୁ । ଗତକାଲି ବାଇଡାରାହାଲ୍ଲୀ ଠାରେ ଥିବା ତାଙ୍କ ବାସଗୃହରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୪୬ ବର୍ଷ ହୋଇଥିଲା । ଏନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଅନନ୍ତରାଜୁ ଥାଇରଏଡ ରୋଗରେ ପୀଡିତ ଥିଲେ , ଏଥି ପାଇଁ ଚିନ୍ତାଗ୍ରସ୍ତ ଥିବାରୁ ସେ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ମୃତ ବିଜେପି ନେତାଙ୍କ ଭାଇ ।
ଗତକାଲି ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଘଟିଥିଲା ।