ଆରପାରିରେ ବେଦପ୍ରକାଶ

ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବେଦପ୍ରକାଶ ଅଗ୍ରୱାଲ ଆଉ ନାହାନ୍ତି । ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ଆଇସିୟୁରେ ଭର୍ତି କରାଯାଇଥିଲା ।

୨୦୧୯ ନିର୍ବାଚନ ଲାଗି ସେ ପାଟକୁରାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିଲେ । ସେ ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୪ ଓ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପାଟକୁରାକୁ ପ୍ରତିନିଧିତ୍ୱ କରିଥିଲେ । ଜଣେ ପୁରୁଖା ନେତା ଭାବେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବେଦପ୍ରକାଶ କେବଳ ପାଟକୁରା ନୁହେଁ କେନ୍ଦ୍ରାପଡାରୁ ୪ ଥାର ନିର୍ବାଚନ ଜିତି ବିଧାନସଭାକୁ ଯାଇଛନ୍ତି । ନିଜ ରାଜନୈତିକ ଜୀବନରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ନୀଳମଣି ରାଉତରାୟଙ୍କ ସରକାରରେ ସ୍ୱର୍ଗତଃ ଅଗ୍ରୱାଲ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ବିଜେପି କୋଟାରେ ସେ ଗ୍ରାମ୍ୟ ଉନ୍ନୟନ ଏବଂ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିଲେ । ବିଜୁ ପଟ୍ଟନାୟକଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବେଦପ୍ରକାଶ କଂଗ୍ରେସ ଶାସନ ସମୟରେ ମଧ୍ୟ ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ ।

ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ମହଲରୁ ମଧ୍ୟ ଏହାକୁ ରାଜ୍ୟ ରାଜନୀତିର ଏକ ଦୁଃଖଦ ପୂର୍ଣ୍ଣ ଖବର ବୋଲି କୁହାଯାଇଛି । ସୂଚନାଯୋଗ୍ୟ ବେଦପ୍ରକାଶ ଚଳିତ ଥର ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ତାଙ୍କ ବିପକ୍ଷରେ ରହିଥିଲେ ବିଜେପିର ହେବିୱେଟ ନେତା ବିଜୟ ମହାପାତ୍ର । ତାଙ୍କ ବଡ଼ ପୁଅଙ୍କ ସୂଚନାନୁଯାୟୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପାର୍ଥିବ ଶରୀରକୁ କେନ୍ଦ୍ରାପଡ଼ାର ପାଟକୁରାକୁ ନିଆଯିବ ଏବଂ ତା’ପରେ ପୁରୀଠାରେ ଅନ୍ତିମ ସଂସ୍କାର କରାଯିବ ।

ଶନିବାର ପୂର୍ବାହ୍ନରେ ପାଟକୁରା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଥିଲେ ବିଜୁବାବୁଙ୍କର ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ।

ଏହି ଶୋକ ସମୟରେ ସ୍ୱର୍ଗୀୟ ବେଦ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛିୟ ତାଙ୍କ ଅମର ଅ ।ତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଅ ।ସିଥିବା ପାଟକୁରାବାସୀଙ୍କୁ ସହ ମୁଁ ଛିଡ଼ା ହୋଇଛିୟ

ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଶୋକ ସମୟରେ ସ୍ୱର୍ଗୀୟ ବେଦପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଆସିଥିବା ପାଟକୁରାବାସୀଙ୍କ ସହ ମୁଁ ଛିଡ଼ା ହୋଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି ଯେ ବରିଷ୍ଠ ରାଜନେତା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହାତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣେଇବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି ।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଏବେ ପାଟକୁରାର ବିଧାୟକ ଥିବା ବେଦପ୍ରକାଶ ଅଗ୍ରୱଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କେତେ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଆତ୍ମା ଶାନ୍ତି ଲାଭ କରୁ ଓଁ ଶାନ୍ତି ।

ଏଥିସହିତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବେଦପ୍ରକାଶ ଅଗ୍ରୱାଲଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ବେଦୁ ବାବୁଙ୍କ ପ୍ରତି ଅନ୍ୟାୟ କରାଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ଶଯ୍ୟାଶାୟୀ ଥିବା ବେଳେ ବିଜେଡି ତାଙ୍କୁ ନିର୍ବାଚନ ରଣାଙ୍ଗନରେ ଛିଡ଼ା କରାଇଥିଲା । ଗତ ତିନିମାସ ଧରି ସେ ଚିକିତ୍ସାଧିନ ଥିଲେ । ଯେଉଁମାନେ ତାଙ୍କୁ ଛିଡ଼ା କରିଥିଲେ ତାଙ୍କ ପ୍ରତି ସେମାନେ ନ୍ୟାୟ କରିନଥିଲେ । ତାଙ୍କ ପରଲୋକରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.