
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଦେଶର ୨୫୯ଟି ସ୍ଥାନରେ ହେବ ମକ୍ଡ୍ରିଲ୍ । ଏହି ଅଭ୍ୟାସରେ ମୁଖ୍ୟତଃ ବିମାନ ଆକ୍ରମଣ ସାଇରନ୍ ଏବଂ ବ୍ଲାକଆଉଟ୍ ଭଳି ପରିସ୍ଥିତିର ପ୍ରଥମ ସତର୍କତା କେମିତି ଅବଲମ୍ବନ କରାଯିବ ସେ ନେଇ ଅଭ୍ୟାସ ଏବଂ ତାଲିମ ଉପରେ ଧ୍ୟାନ ଦିଆଯିବ।
ତେବେ ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ନେବାକୁ ଯାଉଛି। ୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଶରେ ଏଭଳି ଡ୍ରିଲ୍ କରାଯିବ।