ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ, ଆସନ୍ତାକାଲି ପଡିବ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ । ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ ରହିଛି । ୪ ଟି ଜିଲ୍ଲାରେ ୨୫ ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି ।
ସୁଚନା ଅନୁସାରେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଅନେକ ସ୍ଥାନରେ ହିଂସାର ବାତାବରଣ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ଯେପରି ଆସନ୍ତାକାଲି ହେବାକୁ ଥିବା ମତଦାନ କେନ୍ଦ୍ରରେ ହିଂସା ନ ଘଟିବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନିଆଯାଉଛି । ଭୋଟ୍ ହେବାକୁ ଥିବା ସ୍ଥାନରେ ପୋଲିସ୍ ମୂତୟନ କଡ଼ାକଡ଼ି କରାଯାଉଛି ।





