ଆସନ୍ତାକାଲି ସିଡିଏସ୍ ବିପିନ୍‌ ରାୱତଙ୍କ ଅସ୍ଥି ନେଇ ହରିଦ୍ଵାର ଯିବେ ଦୁଇ ଝିଅ

ହେଲିପ୍ଟର ଦୁର୍ଘଟଣାରେ ଆଖି ବୁଜିଥିବା ସିଡିଏସ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ଦିଲ୍ଲୀରେ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତିମ ସଂସ୍କାର ପରେ ବିପିନ୍‌ଙ୍କ ଝିଅ ତାଙ୍କ ଅସ୍ଥି ବିଷର୍ଜନ ପାଇଁ ହରିଦ୍ୱାର ଯିବେ।

ଦିଲ୍ଲୀ ବାର ସ୍କୟାରରରୁ ସିଡିଏସ ବିପିନ ଏବଂ ତାଙ୍କ ପତ୍ନୀଙ୍କର ଅସ୍ଥି ସଂଗ୍ରହ କରାଯାଇଛି। ଏହା ପୂର୍ବରୁ ବିପିନଙ୍କ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ନୀତି ପରମ୍ପରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶୁକ୍ରବାର ସାମରିକ ସମ୍ମାନର ସହ ଉଭୟ ବିପିନ ଏବଂ ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ରାଜନୈତିକ ନେତା ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟ ପରେ ବାପା-ମାଙ୍କ ଅସ୍ଥି ନେଇ ଆମେ ହରିଦ୍ୱାରରେ ବିଷର୍ଜନ କରିବୁ ବୋଲି ବିପିନ୍ ରାୱତଙ୍କ ସାନ ଝିଅ ତାରିଣୀ କହିଛନ୍ତି। ଆସନ୍ତକାଲି ଆମେ ହରିଦ୍ୱାର ଯିବୁ ବୋଲି ସେ କହିଛନ୍ତି ।

Related Posts