ଆସନ୍ତା ୨୪ରୁ ପୁଣି ଖୋଲିବ ସ୍କୁଲ୍‌

ଆସନ୍ତା ୨୪ରୁ ମହାରାଷ୍ଟ୍ରରେ ଖୋଲିବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ | ଏ ନେଇ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍‌ଓ୍ବାର୍ଡ ସୂଚନା ଦେଇଛନ୍ତି। ପ୍ରି-ପ୍ରାଇମେରୀ ସ୍କୁଲ୍‌ ମଧ୍ୟ ଖୋଲାଯିବ।

ଏହାପୂର୍ବରୁ ଜାନୁୟାରୀ 8 ରେ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବା ପରେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବୃଆରୀ 15 ପର୍ଯ୍ୟନ୍ତ ସାଧାରଣ କ୍ଲାସକୁ ସ୍ଥଗିତ ରଖିବାକୁ ସରକାର ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ସରକାରଙ୍କୁ ସାଧାରଣ କ୍ଲାସ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ପିଲାମାନେ ଶିକ୍ଷାର କ୍ଷତି ସହୁଥିବାରୁ ସ୍କୁଲ ଖୋଲିବା ପାଇଁ କିଛି ମହଲରୁ ଦାବି ହୋଇଆସୁଥିଲା | ତେବେ ଏବେ କୋଭିଡ୍ ସ୍ଥିତିରେ କିଛି ମାତ୍ରାରେ ସ୍ଥିରତା ଆସିଯାଇଥିବା ବେଳେ, ପୁଣି ଥରେ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତି ନିଆଯାଇଛି |

Related Posts