ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ | ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ | ଆଜି ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଉପରେ ରେଡ୍ ହୋଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ଚଢ଼ାଉ ବେଳେ ଅଚଳାଚଳ ସମ୍ପତ୍ତି ସହ ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି ।
ଚଢ଼ଉ ଜାରି ରହିଥିବାରୁ ସଂପତ୍ତିର ଆକଳନ କରାଯାଇ ନାହିଁ ।
ସୂଚନାଯୋଗ୍ୟ, ରତ୍ନାକରଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ, ନୂଆପଡାସ୍ଥିତ ଭଡା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ,କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି ।
ତେବେ ଆଜିର ଏହି ଚଢାଉରେ ୬ଟି ଟିମ୍ରେ ୬ ଜଣ ଡିଏସ୍ପି, ୧୩ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ, ବିଭିନ୍ନ ସ୍ଥାନରେ ଘର ଓ ଜମି, ୪୯୮ ଗ୍ରାମ୍ ସୁନା , ୨.୫ କେଜି ରୁପା ଗହଣା ଜବତ ହୋଇଛି । ଏବେବି ଚଢାଉ ଜାରି ରହିଛି ।