ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା | ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ | ଆଜି(ବୁଧବାର) ସକାଳ ପ୍ରାୟ ୩ଟା ସମୟରେ ରାମସେନେ ଘାଟ କୋଟୱାଲିର ନାରାୟଣପୁର ଗାଁରେ ଘଟିଛି ଏହି ଛାତିଥରା ଦୁର୍ଘଟଣା ଘଟିଛି | ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି |

କୋଟୱାଲିର ନାରାୟଣପୁର ରାସ୍ତା ଉପରେ ଏକ କଣ୍ଟେନର ଛିଡା ହୋଇଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର କଣ୍ଟେନର ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ସେମାନେ ଗୁଜୁରାଟ ଅହମ୍ମଦାବାଦର ବାସିନ୍ଦା ଅଟନ୍ତି ।

Related Posts