ଉତ୍ତର ପ୍ରଦେଶ ମଉଗଞ୍ଜର ଜାତୀୟ ରାଜପଥ ନିକଟରୁ ବୋମା ଉଦ୍ଧାର

ଉତ୍ତରପ୍ରଦେଶର ମଉଗଞ୍ଜ ଜାତୀୟ ରାଜପଥ ନିକଟରେ ଥିବା ବ୍ରିଜ ତଳୁ ବୋମା ଉଦ୍ଧାର । ଏଥିସହ ବୋମା ନିକଟରୁ ସିଏମ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ଚିଠି ମଧ୍ଯ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ରାଜପଥର ମାର୍ଗ ସିଲ କରାଯାଇଛି । ବୋମା ନିଷ୍କ୍ରୟ ଟିମ୍ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ତେବେ ଚଳିତ ସପ୍ତାହରେ ଜାତୀୟ ରାଜପଥ ନିକଟରୁ ଚତୁର୍ଥ ଥର ପାଇଁ ବୋମା ଉଦ୍ଧାର ହୋଇଛି ।

ତେବେ ଏକ ସପ୍ତାହ ପୂର୍ବରୁ ସୋହାଗି ପୋଲିସ ଷ୍ଟେସନ ନିକଟ ଓଭରବ୍ରିଜ ନିକଟରେ ବୋମା ଥିବା ସୂଚନା ମିଳିଥିଲା । ଆଜି ୩୦ ନମ୍ବର ଜାତୀୟ ରାଜପଥର ବ୍ରିଜ ତଳେ ବୋମା ସହ ଏକ ଚିଠି ମିଳିଥିଲା । ଯେଉଁଥିରେ ୟୁପି ସିଏମ ଯୋଗୀ ଆଦିତ୍ୟ ନାଥଙ୍କ ନାଁରେ ଏକ ଚିଠି ଉଦ୍ଧାର ହୋଇଛି।

ଆଗାମୀ ଫେବୃଆରୀ ୧୦ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ବାରମ୍ବାର ବୋମା ମିଳିବା ଘଟଣା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇବାକୁ ଚେଷ୍ଟା କରୁଛି ସେନେଇ ପୋଲିସ ପାଖରେ ମଧ୍ୟ କୌଣସି ସୂଚନା ନାହିଁ । ସେହିପରି ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ମାଙ୍ଗାୱାନ ବ୍ରିଜ୍ ଉପରେ ବୋମା ଥିବା ଖବର ମିଳିଥିଲା । ଏହାପରେ କିଛି କିଲୋମିଟର ଦୂରରେ, ଗାଙ୍ଗେଓ ପୋଷ୍ଟ ତଳେ ଥିବା ଅନ୍ୟ ଏକ ଓଭରବ୍ରିଜ୍ ତଳେ ଏକ ଟାଇମ୍ ବମ ମିଳିଥିଲା । ଯାହା ପରେ ସ୍କ୍ବାଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ ।

Related Posts