ଏସ୍‌ସିବି ମେଡିକାଲରେ ଆଇନ୍‌ଜୀବୀଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣା: 7 ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

କଟକ : ଏସ୍‌ସିବି ମେଡିକାଲରେ ଜଣେ ଆଇନ୍‌ଜୀବୀକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ୭ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ୨୧ ଅକ୍ଟୋବର ୨୦୧୧ରେ ହୋଇଥିଲା । ଏନେଇ ଆଇନଜୀବୀ ଜଣଙ୍କ ପ୍ରଥମେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନ୍‌ଜୀବୀ ସପନ କୁମାର ପାଲ୍‌ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଲେ କଟକ ଡିସିପି ।

Related Posts