ଏସ୍‌ସିବି ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ପ୍ରଭାବିତ ଚିକିତ୍ସା କ୍ଷେତ୍ର

ଜାରି ରହିଛି ଡାକ୍ତରୀ ପିଜି ନାମ ଲେଖାକୁ ନେଇ ପ୍ରତିବାଦକୁ ଓଲ୍ଲାଇଥିବା ଏସ୍‌ସିବି ପିଜି ଡାକ୍ତରଙ୍କ ଆନ୍ଦୋଳନ | ଗତ ୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଯାହାଫଳରେ ଏହାର ପ୍ରଭାବ ଚିକିତ୍ସା କ୍ଷେତ୍ରରେ ପଡିଛି | ମେଡିକାଲ୍‌ରେ ଏକ ପ୍ରଲକାର ଅଚଳାବସ୍ତା ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ମେଡିକାଲ କତୃପକ୍ଷ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରିଛନ୍ତି।

ଏକ ମାସ ଧରି ଏହି ପ୍ରତିବାଦର ନେତୃତ୍ୱ ନେଉଥିବା ଫେଡେରେସନ୍ ଅଫ୍ ରେସିଡେଣ୍ଟାଲ୍ ଡକ୍ଟର ଆସୋସିଏସନ୍ (ଫୋର୍ଡା) ସମର୍ଥନରେ ଏସ୍‌ସିବି ମେଡିକାଲ କଲେଜର ପିଜି ଡାକ୍ତରମାନେ ଏହି ପ୍ରତିବାଦ କରୁଛନ୍ତି । ଗତକାଲି ସଂନ୍ଧ୍ୟାରେ ଡାକ୍ତରମାନେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ଗତ ୫ ଦିନ ଧରି ଚାଲିଥିଲ ମେଧ୍ୟ ଏଯାଏଁ ଏଥିରେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ।

ସେପଟେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍‌ଆଇଏମଏ) ଏହା ସହ ଜଡିତ ଥିବା ସମସ୍ତ ଆରଡିଏ ତଥା ଭାରତର ଅନ୍ୟ ଡାକ୍ତର ସଙ୍ଗଠନଗୁଡ଼ିକୁ ବୁଧବାର ଠାରୁ ସ୍ୱାସ୍ଥ୍ୟ ସେବା ବନ୍ଦ କରିବାକୁ ଆହ୍ୱାନ କରିଛି । ୨୪ ଘଣ୍ଟା ମଧ୍ୟରେ ସରକାରଙ୍କ ତରଫରୁ ଯଦି କୌଣସି ଉପଯୁକ୍ତ ପ୍ରତିକ୍ରିୟା ଗ୍ରହଣ ନହୁଏ ତେବେ ବୁଧବାର ଦିନ ସମସ୍ତ ଜରୁରୀକାଳୀନ ସେବା ବନ୍ଦ କରିବ ବୋଲି ଏଫ୍‌ଆଇଏମଏ ରେସିଡେଣ୍ଟ ଡାକ୍ତର ସଂଘ ଫୋର୍ଡା ସମର୍ଥନରେ ବାହାରିଛି।

Related Posts