
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏୟାର ଷ୍ଟ୍ରାଇକ ପରେ ଟ୍ରମ୍ପଙ୍କ ପ୍ରଥମ ରିଆକ୍ସନ, କହିଲେ ଏହା ଲଜ୍ଜାଜନ, ଖୁବଶୀଘ୍ର ଉଭୟ ଦେଶ ଉତ୍ତେଜନା ହ୍ରାସ କର । ଆମେରିକା ରାଷ୍ଟ୍ରପତି କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛି ଦିନ ଧରି ଏମିତି ସ୍ଥିତି ଲଗାତାର ଜାରି ରହିଥିଲା । ଲୋକଙ୍କୁ ଜଣା ଥିଲା ଯେ, କିଛି ହେବାକୁ ଯାଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଦୁଦ ଦେଶ ମଧ୍ୟରେ ଉତ୍ତେଜନା ଶୀଘ୍ର ସମାପ୍ତ ହେବା ଉଚିତ୍ । ଟ୍ରମ୍ପ ପ୍ରତିକ୍ରିୟା ପ୍ରକାଶ କରି ପରିସ୍ଥିତିକୁ “ଲଜ୍ଜାଜନକ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି।
ଟ୍ରମ୍ପ ଅପରେସନ ସିନ୍ଦୂର ବିଷୟରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଏହା ଲଜ୍ଜାଜନକ କଥା । ମୁଁ ଏବେ ଏହି ବିଷୟରେ ଶୁଣିଲି । ଦୀର୍ଘ ସମୟ ଧରି ଉଭୟ ଦେଶ ପରସ୍ପର ବିରୋଧରେ ଲଢୁଛନ୍ତି । ଦଶନ୍ଧି ଧରି ଲଢୁଛନ୍ତି । ମୁଁ ବାସ୍ ଆଶା କରୁଛି ଏହା ବହୁତ ଜଲଦି ସମାପ୍ତ ହେଉ ।