ପୁଣି ଓଡ଼ିଶାରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଯାହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ସଂପୃକ୍ତ ବ୍ୟକ୍ତିଙ୍କର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା । ଏହାପରେ ତାଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେ ୟୁଏଇରୁ ଫେରିଥିଲେ ।
ପୂର୍ବରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।