ଓମିକ୍ରନ୍‌ ପ୍ରଭାବ: ରାଜଧାନୀରେ ପ୍ରାଇଭେଟ୍‌ ଅଫିସ୍‌ ଓ ରେଷ୍ଟୁରାଣ୍ଟ ବନ୍ଦ ନିର୍ଦେଶ

ନିୟନ୍ତ୍ରଣ ବାହାରେ ରାଜଧାନୀ ଦିଲ୍ଲୀର କରୋନା ସଂକ୍ରମିତଙ୍କ ସଂଖ୍ୟା | କରୋନାକୁ ରୋକିବା ଲାଗି ସରକାର ଲକ ଡାଉନ ଓ ସଟ ଡାଉନ ଜାରି କରିଥିବା ବେଳେ, କିନ୍ତୁ କରୋନା ସଂକ୍ରମଣରେ ଲାଗୁନି ବ୍ରେକ |ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି କଠୋର କରିଛନ୍ତି ସରକାର । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ନୂଆ ଆଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ସମସ୍ତଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର ବନ୍ଦ ରହିବ, କିନ୍ତୁ ଖାଦ୍ୟ ଡେଲିଭରି କରିବାକୁ ଅନୁମତି ଦିଆଯିବ।

ସୂଚନାନୁସାରେ, କରୋନା ମାମଲାଗୁଡ଼ିକର ବୃଦ୍ଧି ମଧ୍ୟରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବେସରକାରୀ କାର୍ଯ୍ୟାଳୟଗୁଡିକ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଥିଲେ, ସେମାନଙ୍କୁ ଏବେ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ କୁହାଯାଇଛି।

Related Posts