ଓମିକ୍ରନ୍ ଓ କରୋନା ଭୟ: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ | ଆଜି ସନ୍ଧ୍ୟା ୫ଟାରେ ବଢୁଥିବା ସଂକ୍ରମଣ ର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଓମିକ୍ରନ୍ ଓ କରୋନା ସଂକ୍ରମଣ ନେଇ କରିବେ ସମୀକ୍ଷା । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ମାତ୍ର ୫ ଦିନ ଭିତରେ ସଂକ୍ରମଣ ହାର ଦୁଇ ଗୁଣ ବଢ଼ିଯାଇଛି । ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୩୬% ଥିବା ବେଳେ ଡିସେମ୍ବର ୩ରେ ବୃଦ୍ଧି ପାଇ ୦.୭୭%ରେ ପହଞ୍ଚିଛି। ୨୫ଟି ଜିଲ୍ଲାକୁ ଛୁଇଁସାରିଲାଣି କରୋନା । ୧୧ଟି ଜିଲ୍ଲାରେ ପଶିସାରିଲେଣି ଓମିକ୍ରନ୍ ଭୂତାଣୁ ।

ସବୁଠାରୁ ବଡ଼ କଥା ହେଲା, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା; ଯେଉଁଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି । ହେଲେ ଅତିବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏବେ ସ୍ବାସ୍ଥ୍ୟ ବିଭାଗ ପାଖାପାଖି ୩୦୦ରୁ ଅଧିକ ନମୁନା ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଦେଇଛନ୍ତି, ଯାହାର ଜିନୋମ ସିକ୍ବେନ୍ସିଂ କରାଯାଉଛି । ଏହି ରିପୋର୍ଟ ଯେବ ଆସିବ, ସେବେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନ ଆଉ କିଛି ଅଞ୍ଚଳକୁ ଭେଦିଯାଇଥିବ ବା ଏହାର କାୟା ରାଜ୍ୟର ଅନ୍ୟ କିଛି ଅଞ୍ଚଳକୁ ବି ଛୁଇଁଯାଇଥାଇପାରେ ।

ତେବେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି ।

କ୍ୱାରେଣ୍ଟିନରୁ ୩୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮୩ଟି । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୬୯, କଟକରୁ ୫୯, ସମ୍ୱଲପୁରରୁ ୪୨, ବାଲେଶ୍ୱରରୁ ୩୪, ଝାରସୁଗୁଡ଼ାରୁ ୨୫, ପୁରୀରୁ ୧୫, ବରଗଡ଼ରୁ ୧୪, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ଆଉ ୧୨ ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୬ହଜାର ୬୬୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୨୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮ଶହ ୮୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Related Posts