ଓମିକ୍ରନ୍ ଭୟ: ୧୫ଶହ ପାର କଲା ଓମିକ୍ରନ୍ ପଜିଟିଭ୍ଙ୍କ ସଂଖ୍ୟା

ଦେଶବାସୀଙ୍କ ଘାରିଲାଣି ଓମିକ୍ରନ୍ ଚିନ୍ତା | ଦେଶରେ ପୁଣି ଆତଙ୍କ ଖେଳାଇଛି ମହାମାରୀର କରାଳ ରୂପ । ଦିନକୁ ଦିନ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ | ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି ।

ମହାରାଷ୍ଟ୍ରରୁ ୪୬୦, ଦିଲ୍ଲୀରୁ ୩୫୧ ସଂକ୍ରମିତ ଚିହ୍ନଟ ହେଲେଣି । ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳରୁ ୧୦୯ ଜଣ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୭, କର୍ଣ୍ଣାଟକରେ ୬୪, ହରିୟାଣାରେ ୬୨କୁ ବୃଦ୍ଧି ପାଇଛି ନୂଆ ଭାରିଆଣ୍ଟ କେସ୍ । ପଶ୍ଚିମବଙ୍ଗରୁ ୨୦, ଆନ୍ଧ୍ରପ୍ରଦେଶରୁ ୧୭, ଓଡିଶାରୁ ୧୪, ମଧ୍ୟପ୍ରଦେଶରୁ ୯, ଉତ୍ତରପ୍ରଦେଶରୁ ୮, ଉତ୍ତରାଖଣ୍ଡରୁ ୮, ଚଣ୍ଡୀଗଡରୁ ୩, ଜାମ୍ମୁ-କାଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରୁ ଗୋଟିଏ ଲେଖାଏଁ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

ଓମିକ୍ରନ୍ କେସ୍ ବଢୁଥିବାରୁ ବିଭିନ୍ନ ରାଜ୍ୟ କଟକଣାକୁ କଡ଼ାକଡ଼ି କଲେଣି । କେଉଁଠି ରାଲି, ସଭା ସମିତି, ଶୋଭାଯାତ୍ରା ଓ ଉପରେ ବ୍ୟାନ୍ ଲାଗିଲାଣି ତ ଆଉ କେଉଁଠି ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ ।

Related Posts