ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗତ ୧୦ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯାଇଥିଲା । ତେବେ ଏହି ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା, ଟମାଟୋ, ପଥର ମାଡ଼ କରିଥିଲେ | ପରେ ଏନେଇ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା ।
ଏପରିକି କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିଥିଲା । ପୋଲିସର ଏଭଳି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ପ୍ରତିବାଦ କରିଛି |
ଏହାର ପ୍ରତିବାଦରେ ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଛାତ୍ର କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଏହି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଏଥିପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ସବୁ ଏସପି ଅଫିସର ସମ୍ମୁଖରେ ଗଣ ଧାରଣା ଦିଆଯିବ । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।