କଂଗ୍ରେସ-ବିଜେପି ହେଲିକପ୍ଟର ଯୁଦ୍ଧ

ଲୋକସଭା ନିର୍ବାଚନ ପାଇଁ ରାଫେଲ୍‌, ଇଭିଏମ୍‌ ଓ ସାଧାରଣ ବର୍ଗଙ୍କ ସଂରକ୍ଷଣ ପରେ ଏବେ ସାମ୍ନାକୁ ଆସିଛି ଚପର ବା ହେଲିକପ୍ଟର ସହ ସମ୍ପର୍କିତ ପ୍ରସଙ୍ଗ । ନିର୍ବାଚନ ପ୍ରସ୍ତୁତି ଭିତରେ କଂଗ୍ରେସ ବିଜେପି ଉପରେ କରିଛି ବଡ଼ ଆକ୍ରମଣ । ପ୍ରସଙ୍ଗ ହେଲା ଚପର, ଚାଟାର୍ଡ ପ୍ଲେନ୍‌ ।

ନିର୍ବାଚନ ବଡ଼, ତେଣୁ ସାରା ଦେଶକୁ ଗସ୍ତ କରିବାକୁ ହେଲିକପ୍ଟର ଓ ଚାଟାର୍ଡ ପ୍ଲେନ୍‌ ବି ଆବଶ୍ୟକ । ଏଥିପାଇଁ ଆଗୁଆ ବୁକିଂ କରିବା ଜରୁରୀ । କିନ୍ତୁ କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ସବୁ ଚପର ଓ ଚାଟାର୍ଡ ବିମାନ ବୁକ୍‌ କରିନେଇଛି ।
କଂଗ୍ରେସ ନେତା ଆନନ୍ଦ ଶର୍ମା ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଜନତାଙ୍କ ଅର୍ଥର ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନୀ ଖର୍ଚ୍ଚ ମାମଲାରେ ବିଜେପି ଓ କଂଗ୍ରେସ ଭିତରେ କୌଣସି ସମାନତା ନାହିଁ । ଚପର ଓ ଚାଟାର୍ଡ ବିମାନ ପାଇଁ କଂଗ୍ରେସ ସଂଘର୍ଷ କରୁଛି ।

ଆନନ୍ଦ ଶର୍ମା ଆହୁରି କହିଛନ୍ତି ଯେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ଅଧିକ ଖର୍ଚ୍ଚ କରିବା ସତ୍ବେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିବ ଜନତାଙ୍କ ଆଶୀର୍ବାଦ ।

Comments are closed.