କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଆତଙ୍କ ଭିତରେ ଆମେରିକାରେ ଆଉ ଏକ ନୂଆ ଭାଇରସ୍ କବଳରେ ଜଙ୍ଗଲୀ ପ୍ରାଣି

ଏବେ ସମଗ୍ର ବିଶ୍ୱରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଆତଙ୍କ ମଚାଇଥିବା ବେଳେ ଆମେରିକାରେ ଆଉ ଏକ ନୂଆ ଭାଇରସର ଭୟ ଦେଖାଦେଇଛି । ଏହି ଭାଇରସର ନାଁ ହେଉଛି ‘ଆର.ଡି.ଏଚ୍.ଭି.ଟୁ’ । ଏହାର ପୂରା ନାଁ ହେଉଛି ‘ର୍ୟାବିଟ୍ ହେମୋରେଜିକ୍ ଡିଜିଜ୍ ଭାଇରସ୍-ଟୁ’ । ଆମେରିକାର ଓରେଗାଂନ ଭେଟନାରୀରେ ଏହି ଭାଇରସ ଠାବ କରାଯାଇଛି । ଆମେରିକାରେ ଠାବ ହୋଇଥିବା ଏହି ନୂଆ ଭାଇରସ ଠେକୁଆମାନଙ୍କୁ ସଂକ୍ରମଣ କରୁଛି । କେବଳ ଠେକୁଆ ନୁହେଁ ଅନ୍ୟ କେତେକ ଜଙ୍ଗଲି ପ୍ରାଣି ମଧ୍ୟ ଏହି ଭାଇରସର ଶିକାର ହୋଇଥିବା ସୂତ୍ରରୁ ଜଣାପଡିଛି ।

ତେବେ ଶୀତଦିନେ ଆମେରିକାରେ ଲୋକେ ଠେକୁଆଙ୍କ ଶିକାର କରୁଥିବାରୁ ଏହି ସଂକ୍ରମଣ ପୋଷା ଜୀବଙ୍କୁ ହେବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଓଡିଏଫଡବ୍ୟୁ ମୁତାବକ, ଗତବର୍ଷ ମାର୍ଚ୍ଚମାସ ମଧ୍ୟଭାଗରେ ଏହି ଭାଇରସ୍ ପ୍ରଥମ ଥର ପାଇଁ ଏକ ଘରୋଇ ପୋଷା ଠେକୁଆଠାରେ ଚିହ୍ନଟ ହୋଇଥିଲା । କିନ୍ତୁ ସେତେବେଳେ ସଂକ୍ରମଣ ମାମଲା ଖୁବ୍ କମ୍ ଥିଲା । କିନ୍ତୁ ବର୍ତ୍ତମାନ ଏହି ଭାଇରସର ସଂକ୍ରମଣରେ ଜଙ୍ଗଲୀ ଠେକୁଆଙ୍କ ଜୀବନ ଯାଉଛି । ଏହି ଭାଇରସରେ ସଂକ୍ରମିତ ହୋଇ ମରିଯିବା ପରେ ଠେକୁଆଙ୍କୁ ଅନ୍ୟ ଜୀବ ଖାଉଛନ୍ତି । ତେଣୁ ସଂକ୍ରମଣ ଆହୁରି ବଢିବାର ଭୟ ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ ଏବଂ ଆମେରିକା ପ୍ରଶାସନ |

Related Posts