କରୋନାର ସ୍ୱଳ୍ପ ଲକ୍ଷଣ ପାଇଁ ପାରାସିଟାମଲ ହିଁ ଠିକ୍

ଯଦି ଆପଣଙ୍କ ନିକଟରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଏ ତେବେ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିରର ବହୁଳ ବ୍ୟବହାର ବହୁତ୍ କ୍ଷତି କାରକ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା ନେଇନାହାନ୍ତି, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କ ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ସେମାନଙ୍କ କ୍ଷେତ୍ରରେ ମଲୁନୋପିରାଭିରର ଆବଶ୍ୟକତା ରହିଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ ପୂଜାରୀ କହିଛନ୍ତି, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ମଲୁନୋପିରାଭିର ବ୍ୟବହାର ପାଇଁ ଅନୁମତି ଦିଆଯାଇ ନାହିଁ । କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ ।

ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ସ୍ୱଳ୍ପ ଲକ୍ଷଣ ଥିବା ଲୋକେ ଅଧିକ ଭୟଭୀତ ହୋଇଉଠୁଛନ୍ତି । ବିନା ପରାମର୍ଶରେ ମେଡିସିନ୍ ନେଉଥିବା ଘଟଣା ମଧ୍ୟ ସାମ୍ନାକୁ ଅସିଥିବା ଜଣାପଡିଛି । ତେବେ ଏଭଳି ପରିସ୍ଥିତିରେ ଭୟଭିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ବିନା ପରାମର୍ଶରେ ଔଷଧ ନଖାଇ ପରାମର୍ଶ ନେଇ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଯଦି କରୋନା ର ସ୍ୱଳ୍ପ ଲକ୍ଷଣ ଦେଖା ଯାଉଛି ତେବେ ଭୟବୀତ ନହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପାଇଁ କହିଛନ୍ତି ।

Related Posts