କରୋନା କବଳରେ ବଲିଉଡ୍ ଅଭିନେତ୍ରୀ କାଜଲ

ସାରା ଦେଶରେ ଜାରୀ ରହିଛି କରୋନା ଆତଙ୍କ । ଦେଶରେ ସଂକ୍ରମଣ କମିଥିଲେ ମଧ୍ଯ ଭୟ ଦୂର ହୋଇନାହିଁ । ସାଧାରଣ ଲୋକଙ୍କଠାରୁ ନେଇ ଅଭିନେତା ଓ ରାଜନେତା ସମସ୍ତେ ଏବେ କରୋନା କବଜାରେ ଛନ୍ଦି ହେବା ଲାଗିଛନ୍ତି। ଏହାରି ମଧ୍ୟରେ ବଲିଉଡରେ କରୋନା ଦ୍ରୁତ ଗତିରେ ମାଡିଲାଣି । ଏବେ ଅଭିନେତ୍ରୀ କାଜଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

ପୋଷ୍ଟ କରିଥିବା ୪୭ ବର୍ଷୀୟା କାଜଲ ତାଙ୍କ ଝିଅର ଫଟୋ ସେୟାର କରି ପୋଷ୍ଟରେ ଲେଖିଛନ୍ତି, କରୋନା ପରୀକ୍ଷା ପଜିଟିଭ୍‌ ଆସିଛି ଏବଂ ମୁଁ ମୋର ନାଲି ନାକ ଦେଖାଇବାକୁ ଚାହୁଁ ନାହିଁ, ମୁଁ ମୋ ଝିଅ ନ୍ୟାସାକୁ ବହୁତ ମନେ ପକାଉଛି । ଏହା ବ୍ୟତୀତ ସେ ଆହୁରି ଲେଖିଛନ୍ତି ଖୁବ୍‌ ଶୀଘ୍ର ସୁସ୍ଥ ହେବି । ଅନ୍ୟପଟେ କାଜଲଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି।

Related Posts