କରୋନା ଭୟ: ଉତ୍ତରପ୍ରଦେଶରେ ସ୍କୁଲ ବନ୍ଦ ଅବଧି ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଉତ୍ତର ପ୍ରଦେଶ ସରକାର ସ୍କୁଲ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ 30 ଯାଏ ସମସ୍ତ ସ୍କୁଲ କଲେଜ ଛୁଟିକୁ ବୃଦ୍ଧି କରାଯାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭିଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଉତ୍ତର ପ୍ରଦେଶରେ ଜାନୁଆରୀ ପ୍ରଥମ ସପ୍ତାହର କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି 16 ଜାନୁଆରୀ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା। କିନ୍ତୁ ରାଜ୍ୟରେ ସଂକ୍ରମଣର ହାର ମାତ୍ରାଧିକ ହେବା ଯୋଗୁଁ ଆଜି(ଶନିବାର) ସ୍ଥିତିର ସମୀକ୍ଷା କରାଯାଇଛି। ଏହି ସମୀକ୍ଷାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜାନୁଆରୀ 30 ଯାଏ ଛୁଟି ବୃଦ୍ଧି କରାଯାଇଛି।ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ମଧ୍ୟ ଅନଲାଇନ କ୍ଲାସ ଜାରି ରହିବ। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗୁ ହେବ ।

Related Posts