ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ବନ୍ଦ ହେଲା ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ଗୋରେଖ ନାଥଙ୍କ ପୀଠ । ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବୁଧବାର ମଧ୍ୟରାତ୍ରରୁ ଏହି ନିୟମ ଲାଗୁ କରାଯାଇଛି ।
ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିଲା ମା’ ଶାରଳା ଓ ଗୋରେଖ ନାଥଙ୍କ ପୀଠ | ଏଥିସହ ଆସନ୍ତାକାଲି ମକର ସଂକ୍ରାନ୍ତି ଥିବାରୁ ଘରେ ରହି ପାଳନ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଚଳିତ ଜାନୁଆରୀ ମାସରେ ଜଗତସିଂହପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଏହି କଟକଣା ଜାରି କରାଯାଇଛି। ପ୍ରମୁଖ ମନ୍ଦିର ଗୁଡିକରେ ନୀତିକାନ୍ତି ସ୍ୱାଭାବିକ ହେବାସହ ମନ୍ଦିର ମଧ୍ୟରେ ଦର୍ଶନ ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ପାରୁଲ ପଟୱାରୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି।