ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ଜାତି ସର୍ଭେରୁ ଓହରିଲେ ନାରାୟଣ ମୂର୍ତ୍ତି । କର୍ଣ୍ଣାଟକ ପଛୁଆ ବର୍ଗ ଆୟୋଗ ଦ୍ୱାରା ଚାଲିଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେରେ ଅଂଶଗ୍ରହଣ ନ କରିବାକୁ ଇନଫୋସିସ୍ ପ୍ରତିଷ୍ଠାତା ଏନ୍ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ, ଲେଖିକା ତଥା ସମାଜସେବୀ ସୁଧା ମୂର୍ତ୍ତି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ଗଣନାକାରୀମାନେ ଯେତେବେଳେ ସେମାନଙ୍କ ବାସଭବନକୁ ଯାଇଥିଲେ, ଦମ୍ପତି ସେମାନଙ୍କୁ କହିଥିଲେ- ଆମେ ଚାହୁଁନାହୁଁ ଯେ ଆମ ଘରେ ସର୍ଭେ କରାଯାଉ। ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ପଛୁଆ ସମ୍ପ୍ରଦାୟର ନୁହନ୍ତି। ତେଣୁ ଏହିପରି ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ସର୍ଭେରେ ଅଂଶଗ୍ରହଣ କରିବେ ନାହିଁ।





