କାଳିଆ ପାଇଁ ଫେରାଦ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ନବୀନ

କାଳିଆ ଯୋଜନାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କାହିଁକି ଅଟକାଯାଇଛି ସେ ନେଇ ସିଇଓ ସୁରେନ୍ଦ୍ର କୁମାରଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୋଦ ମୁଖ୍ୟମନ୍ତ୍ରୀ ସିଇଓଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ ଯୋଜନାକୁ ଅଟକା ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଚାଲୁଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନା ଉପରେ ରୋକ ଲାଗିଛି । କାଳିଆ ହେଉଛି ଚାଷୀଙ୍କ ଯୋଜନା । ଚାଷୀଙ୍କୁ ଟଙ୍କା ମିଳିବା ନିହାତି ଦରକାର । କାଳିଆ ବିରୋଧରେ ବିଜେପି ଅଭିଯୋଗ କରିଥିବା ଶୁଣିଛନ୍ତି ବୋଲି ନବୀନ କହିଛନ୍ତି । ତେଣୁ ବିଜେପି ଏହାର ଜବାବ ଚାଷୀ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଦୁଇ ସପ୍ତାହ ମଧ୍ୟରେ ସହାୟତା ଟଙ୍କା ଦେବାକୁ ସେ ସିଇଓଙ୍କ ନିକଟରେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରସନ୍ନ ପାଟ୍ଟଶାଣୀ, ଭର୍ତୃହରି ମହତାବ, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ ଓ ମିନତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, କାଳିଆ ଯୋଜନାରେ କେତେ ହିତାଧିକାରୀ ସାମିଲ ଅଛନ୍ତି ସେ ନେଇ ସିଇଓ ତଥ୍ୟ ମାଗିଥିଲେ । କିନ୍ତୁ ସରକାର ଚାଷୀଙ୍କ ତାଲିକା ଓ ଟଙ୍କା କେଉଁଠୁ ଆସିଛି ସେ ନେଇ ତଥ୍ୟ ଦେଇପାରିନଥିଲେ । ଯେଉଁଥି ପାଇଁ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଉପରେ ରୋକ ଲଗାଇଛନ୍ତି ।

Leave A Reply

Your email address will not be published.