
ଧୀରେ ଧୀରେ ଏବେ ଦେଶରେ କାୟା ବିସ୍ତାର କରିବାରେ ଲାଗୁଛି ଓମିକ୍ରନ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଛି। ଦେଶରେ ଏବେ ସୁଦ୍ଧା ୨୯୭ ଜଣ କରୋନା ପହଞ୍ଚିବା ପରେ କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ସଂକ୍ରମଣ ହାର, ଆକ୍ରାନ୍ତଙ୍କ ସଂଖ୍ୟା କେତେ ଦିନରେ ଦ୍ୱିଗୁଣିତ ହେଉଛି, ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ବିବାହ ଓ ଅନ୍ତିମ ସଂସ୍କାରରେ କମ ଲୋକଙ୍କୁ ଅନୁମତି ଦେବାକୁ କହିଛନ୍ତି କେନ୍ଦ୍ର ସରକାର । ଓମିକ୍ରନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଛି ।