
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଟ୍ରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ତେବେ କିଟ୍ ପରିସରରେ ଥିବା ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଛି । ପୋଲିସ କମିଶନର୍ ଏସ୍. ଦେବଦତ୍ତ ସିଂଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମୃତ ଛାତ୍ରୀଙ୍କ ପରିଚୟ ପ୍ରୀଶା ଶାହା ବୋଲି ସୂଚନା ମିଳିଛି । ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସର ତଦନ୍ତ ଜାରି ରଖିଛି ।