କେନ୍ଦ୍ରାପଡ଼ାରେ ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ନିକାସୀ ଅଧିକାରୀଙ୍କ ବୈଠକରେ ଏହି ପ୍ରସ୍ତାବ କୁ ମଞ୍ଜୁରୀ ମିଲିଛି । ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ବାର୍ଷିକ ୨୪ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ୧୬ହଜାରରୁ ଊର୍ଦ୍ଧ୍ଵ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ପାରିବ। ଘୋଷିତ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ। କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତା ସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ।

ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ। ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡ଼ିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ପ୍ରାପ୍ତ ହେବା ସହିତ ଅନ୍ୟୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି। ଓଡ଼ିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି।

Related Posts