କୋଭିଡ ନିୟମ ଭାଙ୍ଗି ବନ୍ଧା ହେଲେ ବିଜେପି ସାଂସଦ

କୋଭିଡ ନିୟମ ଉଲଂଘନ କରିବା ନେଇ ବନ୍ଧା ହୋଇଛନ୍ତି ସାଂସଦ ବଣ୍ଡି ସଞ୍ଜୟ କୁମାର । କୋରୋନା ନିୟମ ଉଲଘଂନ କରି ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ଉପରେ ଆକ୍ରମଣ କରିବା ନେଇ ତାଙ୍କୁ ଗିରଫ କରାଯାଇଛି | ସେପଟେ ତାଙ୍କ ଗିରଫ କୁ ନେଇ କେନ୍ଦ୍ରମନ୍ତ୍ରୀ କିଷାନ ରେଡ୍ଡୀ, ବିଜେପି ସାଂସଦ ଏବଂ ବିଧାୟକମାନେ ସଞ୍ଜୟଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିଛନ୍ତି ।

ତେଲେଙ୍ଗାନାରେ ପ୍ରକୃତ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ? ପାର୍ଟି ଅଫିସ୍ ଫାଟକ ଭାଙ୍ଗିବା ଏବଂ ଭିତରକୁ ଯିବା ଅଗଣତାନ୍ତ୍ରିକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଶିକ୍ଷକ ଓ କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ତେଲେଙ୍ଗାନାବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଆମେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିଲୁ ହେଲେ ପୋଲିସ ଆସି ସେଥିରେ ବାଧା ସୃଷ୍ଟି କରିବା ସହ ଆମକୁ ଅଟକାଇଥିଲା । କେସିଆର ଓ କେଟିଆର କାର୍ଯ୍ୟକ୍ରମରେ କୋରୋନା ନିୟମ ପ୍ରଯୁଜ୍ୟ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ।ସୂଚନାଅନୁସାରେ କର୍ମଚାରୀ ଏବଂ ଶିକ୍ଷକ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା GO -317 ବିରୋଧରେ କରିମନଗରରେ ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ବରେ ‘ଜାଗରଣ ଦିକ୍ଷା’ ନାମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଯାହାକୁ ତେଲେଙ୍ଗାନା ପୋଲିସ ବନ୍ଦ କରିଛି । ବଣ୍ଡି ସଞ୍ଜୟଙ୍କ ସମର୍ଥନରେ ସେଠାକୁ ଆସିଥିବା ନେତା ତଥା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି।ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀ ମୁହାମୁହିଁ ହୋଇଥିଲେ । ସେମାନଙ୍କୁ ଜବରଦସ୍ତ ଗିରଫ କରିବା ପାଇଁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ଫଳରେ କିଛି ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଆହତ ହୋଇଥିଲେ। ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ସଞ୍ଜୟଙ୍କୁ ଅନ୍ୟ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ଅଫିସ୍ ଭିତରୁ ତାଲା ପକାଇ ଦେଇଥିଲେ । ଏହାପରେ ପୁଣି ସଞ୍ଜୟ କୁମାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହାପରେ ପୋଲିସ ଗେଟ ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରେ ପଶିଥିଲା । ସଞ୍ଜୟଙ୍କୁ ଗିରଫ କଲେ ଆମେ ଜିଅନ୍ତା ଜାଳିହୋଇ ଆତ୍ମହତ୍ୟା କରିବୁ ବୋଲି ବିଜେପି କର୍ମୀମାନେ ପୋଲିସକୁ ଧମକ ଦେଇଥିଲେ । ପୋଲିସ ସାମାନ୍ୟ ପଛଘୁଞ୍ଚା ଦେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା । ପରେ ଅଗ୍ନଶମ ବାହିନୀ ପହଞ୍ଚି ଲୋକଙ୍କ ଉପରକୁ ପାଣି ପକାଇଥିଲା । ଏହାପରେ ପୋଲିସ କବାଟ କାଚ ଭାଙ୍ଗି ସଞ୍ଜୟ କୁମାରଙ୍କୁ ଗିରଫ କରିଥିଲା । କୋଭିଡ ନିୟମ ଭାଙ୍ଗ କରିଥିବାରୁ ସଞ୍ଜୟଙ୍କୁ ଗିରଫ କରାଯାଇଛି ।

Related Posts