
କୋଟିପତି ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଜୀବନ ଉପରେ ଖୁବ ଶୀଘ୍ର ନିର୍ମାଣ ହେବ ଫିଲ୍ମ । ବଲିଉଡର ପ୍ରତିଷ୍ଠିତ ନିର୍ମାତା କୁମାର ମଙ୍ଗତ ପାଠକ ବୁଧବାର ଏ ନେଇ ଘୋଷଣା କରିଛନ୍ତି । କାଶୀ ଫିଲ୍ମ ଉତ୍ସବରେ ଯୋଗଦେବା ଅବସରରେ ସେ କହିଥିଲେ ଖୁବ ଶୀଘ୍ର ରେଡ ୨ ଫିଲ୍ମ ଆରମ୍ଭ ହେବ । ଅଜୟ ଦେବଗାନ ଅଭିନୀତ ରେଡ ବକ୍ସ ଅଫିସରେ ସଫଳତା ହାସଲ କରିଥିଲା ।
ରେଡ ୨ରେ ମଧ୍ୟ ଅଜୟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ତାଙ୍କ ସହ ଇଲିଆନ ଡି କ୍ରୁଜ ଓ ସୌରଭ ଶୁକ୍ଲା ନଜର ଆସିବେ ।
ସୂଚନାଯୋଗ୍ୟ, ପୀୟୂଷ ଜୈନଙ୍କ ଘର ଉପରେ ଚଢ଼ାଉ ପରେ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ସୁନା ଏବଂ ଦାମୀ ଅଳଙ୍କାର ଜବତ ହୋଇଥିଲା ।