ଗଞ୍ଜାମ ଜିଲ୍ଲାବାସୀଙ୍କୁ ୨୨୮୧ କୋଟି ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସକାଳ 11ଟାରେ ପୁରୁଷୋତ୍ତମପୁରରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ୨୭ ଲକ୍ଷ ପରିବାର ଉପକୃତ ହେବେ ।

ଏହାବାଦ୍ ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କାର ୬୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଛଡା 1583 କୋଟି ଟଙ୍କାର ୬୪୫ଟି ପ୍ରକଳ୍ପ ଓ ୧୨୭ ଗୋଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ବଣ୍ଟନ କରିଛନ୍ତି ।

Related Posts