
ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ)କୁ ମିଳିଛି ସଫଳତା । ୭୭ କେଜିର ହେରୋଇନ ଜବତ କରାଯାଇଛି। ଗୁଜରାଟ ଉପକୂଳରୁ ଏହି ବ୍ୟାପକ ପରିମାଣରେ ଡ୍ରଗସ୍ ଜବତ ହୋଇଛି । ଯାହାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ। ଏକ ପାକିସ୍ତାନ ମାଛ ଧରା ବୋଟରୁ ଏହି ହେରୋଇନ୍ ଜବତ କରାଯାଇଛି। ଗୁଜରାଟ ପ୍ରତିରକ୍ଷା ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି।
‘ଅଲ ହୁସେନି’ ନାମକ ଏକ ପାକିସ୍ତାନୀ ବୋଟ୍ ଉପରେ ସନ୍ଦେହ ହେବାରୁ ରେଡ କରାଯାଇଥିଲା। ସେଥିରେ ୬ ଜଣ କ୍ର୍ୟୁ ମେମ୍ବର ଥିଲେ। ଏହି ବୋଟ୍ଟି ଭାରତୀୟ ସମୁଦ୍ର ଇଲାରେ ବିଚରଣ କରୁଥିଲା । ଯାଞ୍ଚ ପରେ ସେଥିରୁ ୭୭ କେଜିର ହେରୋଇନ ଜବତ କରାଯାଇଛି। ଏଥିସହ ୬ ଜଣଙ୍କୁ ଅଟକ ରଖାଯିବା ସହ ଅଧିକ ତଦନ୍ତ ପାଇଁ ବୋଟଟିକୁ ଜଖାଉ ନିକଟକୁ ଅଣାଯାଇଛି।