ଗୁରୁତର ହୋଇପଡିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର | ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ଥିବା ବେଳେ, ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଶୁକ୍ରବାର ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିଧାୟକ ବଦ୍ରି ପାତ୍ରଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରୀ ବ୍ଲକେଜ୍ ଥିବା ଜଣାପଡିଥିଲା । ତୁରନ୍ତ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେନ୍ ଲଗାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇଣ୍ଟରନାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି । ତାଙ୍କ ନିକଟରେ ତାଙ୍କ ପୁଅମାନେ ଉପସ୍ଥିତ ଅଛନ୍ତି ।





