ଘାଇଲା କରୁଛି କରୋନା, ମୁମ୍ବାଇରେ 24 ଘଣ୍ଟା ମଧ୍ୟରେ ୮୧ ଜଣ ପୋଲିସ ପଜିଟିଭ ଚିହ୍ନଟ

ଦେଶରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଛି
ସଂକ୍ରମିତ ଙ୍କ ସଂଖ୍ୟା । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀରେ କରୋନା ମାମଲା ଚିନ୍ତଜନକ ରହିଛି । ପ୍ରତିଦିନ ଶହ ଶହ କୋରୋନା ଯୋଦ୍ଧାର ଭୂତାଣୁର ଶିକାର ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୧ ଜଣ ମୁମ୍ବାଇ ପୋଲିସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାପରେ ସହରରେ ପୋଲିସ କର୍ମୀ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨କୁ ବୃଦ୍ଧି ପାଇଛି । ଏହି କ୍ରମରେ ୧୨୬ ଜଣ ପ୍ରାଣ ହରାଇଥିବା ମୁମ୍ବାଇ ପୋଲିସ ଶନିବାର ସୂଚନା ଦେଇଛି ।

ସେହପରି ବହୁସଂଖ୍ୟକ ପୁଣେ ପୋଲିସ ମଧ୍ୟ କୋରୋନାର ଶିକାର ହୋଇଛନ୍ତି । ଦିନକରେ ଏଠାରେ ୩୧ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥିସହ ଆକ୍ରାନ୍ତ ହୋଇଥିବା ମୋଟ ପୋଲିସଙ୍କ ସଂଖ୍ୟା ୪୬୫ରେ ପହଞ୍ଚିଛି । ଶନିବାର ମୁମ୍ବାଇରେ ମୋଟ ୧୦,୬୬୧ଟି ପଜିଟିଭ ମାମଲା ପ୍ରକାଶ ପାଇଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ନଗରୀରେ ୭୩,୫୧୮ଟି ସକ୍ରିୟ ମାମଲା ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା, ତେବେ ମହାରାଷ୍ଟ୍ରରେ ଏଯାବତ୍ ୧୭୩୦ଟି ମାମଲା ଚିହ୍ନଟ ହୋଇସାରିଲାଣି।

Related Posts