
ଚଳନ୍ତା ଟ୍ରେନ ରେ ସେଲ୍ଫି ନେବା ୪ ଯୁବକଙ୍କ ପାଇଁ କାଳ ପାଲଟିଛି | ଫଳରେ ଚଳନ୍ତା ଟ୍ରେନ ସହ ସେଲ୍ଫି ନେଉଥିବାବେଳେ ଟ୍ରେନରେ କଟି ୪ ଯୁବକଙ୍କ ମୃତ୍ୟୁ ଘଟିଛି | ମଙ୍ଗଳବାର ହରିୟାଣା ଗୁରୁଗ୍ରାମ ସହରରେ ଘଟିଛି ଏହି ହୃଦୟ ବିଦାରକ ଘଟଣା | ଅପରାହ୍ନ ପାଖାପାଖି ୫ଟା ସମୟରେ ବସାଇ ଧାନକୋଟ ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଏ ଯାଏଁ ମୃତ ଯୁବକଙ୍କ ପରିଚୟ ପରିଚୟ ମିଳିପାରି ନଥିବାବେଳେ ପୋଲିସ ଏହାର ଚିହ୍ନଟ କରୁଛି । ପ୍ରକାଶଥାଉ କି, ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ ସେଲ୍ଫି ନିଶା ଘାରିଛି । ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ଉଠାଇବାକୁ ନିଜର ସଉକ ବନାଇଛନ୍ତି ଯୁବକ ଯୁବତୀ । ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟିଯାଉଛି । ବିଗତ ଅତୀତରେ ଏହି ଗୁରୁଗ୍ରାମ ଘଟଣା ଭଳି ଅନେକ ମାମଲା ସାମ୍ନାକୁ ଆସିଥିଲେ ହେଁ ଯୁବପିଢି ଏ ଦିଗରେ ସଚେତନ ହେଉନାହାନ୍ତି । ଯାହା ଫଳରେ ନିଜ ଜୀବନ ହରେଇବାକୁ ପଡୁଛି | ସରକାରଙ୍କ ପକ୍ଷରୁ ଅନେକ ସଚେତନତା ମୂଳକ ପଦକ୍ଷପ ଗ୍ରହଣ କଲେ ସୁଦ୍ଧା ଅନେକ ସମୟରେ ଏପରି ଅନେକ ଘଟଣା ସାମ୍ନା କୁ ଆସୁଛି |