ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ଜାତୀୟ କ୍ରଶ୍ ଭାବେ ପରିଚିତ ରଶ୍ମିକା ମନ୍ଦାନା | ସେ ପୁଣି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କ ସହ | ଦୁହେଁ ପରସ୍ପର ସହ ସର୍ମ୍ପକରେ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏବେ ଦୁହେଁ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଛି | ତେବେ ଏ ଖବରରେ କେତେ ସତ୍ୟତା ରହିଛି, ତାହା ଏଯାବତ ଉଭୟଙ୍କ ପକ୍ଷରୁ ସାମ୍ଙ୍କୁ ଆସିନାହିଁ |
ରଶ୍ମିକା ଓ ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ରିଲେସନଶିପ୍ ଥିବା ନେଇ ଚର୍ଚ୍ଚା ଦୀର୍ଘ ଦିନ ଧରି ହୋଇଆସୁଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମଧ୍ୟ ମିଳେ। ଏହାବ୍ୟତୀତ ଦୁହେଁ ଛୁଟି ମନାଇବାକୁ ମଧ୍ୟ ଏକାଠି ଯାଆନ୍ତି। ହେଲେ ରଶ୍ମିକା ଓ ବିଜୟ କେବେବି ଏସବୁ ଖବରକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି। ଏବେ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ଦୁହେଁ ଏ ସମ୍ବନ୍ଧରେ କିଛି ବି କହିନାହାନ୍ତି।
ବକ୍ସ ଅଫିସରେ ‘ପୁଷ୍ପା’ ଫିଲ୍ମ ଧମାଲ୍ କରିବା ପରେ ରଶ୍ମିକା ଏକ ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି କହିଥିଲେ। ସେ ମଧ୍ୟ ବିଜୟଙ୍କ ସହ ବିବାହ ଖବରକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ରଶ୍ମିକା କହିଛନ୍ତି ଯେ ସେ ବିବାହ କଥା ଚିନ୍ତା କରୁନାହାନ୍ତି। ବିବାହ କରିବାକୁ ଏବେ ତାଙ୍କର ବୟସ ହୋଇନାହିଁ। ଆଉ ଏମିତି କହି ରଶ୍ମିକା ବିବାହ କଥାକୁ ଟାଳି ଦେଇଥିଲେ। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ରଶ୍ମିକା ଓ ବିଜୟ ମୁମ୍ବାଇ ଶିଫ୍ଟ ହୋଇସାରିଛନ୍ତି।
ଉଭୟ ରଶ୍ମିକା ଓ ବିଜୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏହି କାରଣରୁ ଦୁହେଁ ମୁମ୍ବାଇ ସ୍ଥାନାନ୍ତର ହୋଇଛନ୍ତି। ରଶ୍ମିକା ‘ମିଶନ୍ ମଜନୁ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ। ସେହିପରି ବିଜୟ ‘ଲାଇଗର୍’ ଜରିଆରେ ବଲିଉଡରେ ଏଣ୍ଟ୍ରୀ ମାରିବେ। ବିଜୟ ଓ ରଶ୍ମିକା ଗୋଆରେ ଏକାଠି ନୂଆ ବର୍ଷ ସେଲିବ୍ରେସନ୍ କରିଥିଲେ | ଯାହାର ଫଟୋ ଖୁବ ଚର୍ଚାକୁ ଆସିଥିଲା |





