
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା । ପାକିସ୍ତାନର ଆକ୍ରମଣରୁ ସୁରକ୍ଷା ଦେବାକୁ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ସତ୍ୟଜିତ ନାୟକ ଘାଟିର ସୁରକ୍ଷା ପାଇଁ ଆସନ୍ତାକାଲି ସୁରକ୍ଷା ବୈଠକ ଡକାଇଛନ୍ତି। ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ବୈଠକ ହୋଇପାରେ ବୋଲି କୁହାଯାଉଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଦେଶରେ ବର୍ତ୍ତମାନର ଯୁଦ୍ଧ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଧ୍ୟାନରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କଠୋର ପଦକ୍ଷେପ ନିଆଯାଉଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାନ୍ଦିପୁରରେ ଅବସ୍ଥିତ ସମନ୍ୱିତ ପରୀକ୍ଷଣ ପରିସର ଏବଂ ପ୍ରମାଣ ଏବଂ ପରୀକ୍ଷଣ ପ୍ରତିଷ୍ଠାନ (PXE) ର ସୁରକ୍ଷା ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିବା।ଏହି ବୈଠକ PXE କ୍ୟାମ୍ପସ ମଧ୍ୟରେ ମଧ୍ୟ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।