
ରାଜ୍ୟରେ ନିର୍ବାଚନ ମତଦାନ ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି | ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନକୁ ଶେଷ କରିବା ଜିଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ଥିବା ବେଳେ, ଅନେକ ସ୍ଥାନରେ ଦୁର୍ବୁତ୍ତ ମାନେ ମତଦାନ ସମୟରେ ହିଂସା ଘଟାଉଛନ୍ତି | ମତଦାନ ପକ୍ରିୟାକୁ ଭଣ୍ଡୁର କରିବା ପାଇଁ ଚାଲ ଚଳାଉଛନ୍ତି | ଜଗତସିଂହପୁର ପଟସରା ଭୋଟ୍ କେନ୍ଦ୍ରରେ ହୋଇଥିବା ହିଂସା ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । କାଲି ଭୋଟ୍ ଆରମ୍ଭରୁ ଜଗତିସଂହପୁରରେ ଦୁଇଟି ବୁଥ୍ରୁ ଭୋଟ ବାକ୍ସ ଦୁର୍ବୃତ୍ତ ନେଇ ପଳାଇଥିଲେ ।
ଖବର ମୁତାବକ ପଟସରା କେନ୍ଦ୍ରର ୧ ୨ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ନେଇ ପଳାଇଥିଲେ ଦୁର୍ବୃତ୍ତ । ଏହା ପରେ ପଟସରା ଭୋଟ୍ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ।
ପଲ୍ଲୀ ପଞ୍ଚାୟତରେ ଲୋକେ ପୋଲିସ ଭ୍ୟାନ ଭାଙ୍ଗିଥିଲେ ଏବଂ ମହାକାଳେଶ୍ବର ହାବିଳି ନାଥ ସାହିରେ ସାରା ରାତି ପୋଲିସ ଓ ଭ୍ୟାନକୁ ଅଟକ ରଖିଲେ।
ପୋଲିସ କର୍ମଚାରୀ ଓ ଗାଁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା । ଘଟଣାସ୍ଥଳରେ ଜଗତସିଂହପୁର ଏସ୍ଡିପିଓ, ଆଇଆଇସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।