ଜଣେ ୫୫ ବର୍ଷୀୟ ଲୋକଙ୍କ ପେଟରୁ ବାହାରିଲା ଗ୍ଲାସ

ବିରଳ ଅସ୍ତ୍ରୋପଚାର କଲେ ବିହାରର ମୁଜାଫରପୁରର ମାଦିପୁରରେ ଥିବା ଏକ ହସ୍ପିଟାଲ ଡାକ୍ତରୀ ଟିମ୍ । ଜଣେ ୫୫ ବର୍ଷୀୟ ଲୋକଙ୍କ ପେଟରୁ ବାହାର କରିଛନ୍ତି ଗ୍ଲାସ । ଅଲଟ୍ରାସାଉଣ୍ଡ ଓ ଏକ୍ସ-ରେ କରିବା ପରେ ତାଙ୍କ ପେଟରେ ଏକ ଗ୍ଲାସ ରହିଥିବା ଜାଣିବାକୁ ପାଇଥିଲେ ଡାକ୍ତର । ପରେ ଡାକ୍ତର ମହମୁଦୁଲ ହାସନ ଓ ତାଙ୍କ ଟିମ ଏହି ବିରଳ ଅସ୍ତ୍ରୋପଚାର କରି ଗ୍ଲାସକୁ କାଢିଛନ୍ତି । ଅନ୍ୟପଟେ ଡାକ୍ତର ମହମୁଦୁଲ ହାସନଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ବ୍ୟକ୍ତି ଜଣକ ଚା ପିଉଥିବାବେଳେ ଗ୍ଲାସଟିକୁ ଗିଳି ଦେଇଥିଲେ । ମାତ୍ର ମେଡିକାଲ ବିଜ୍ଞାନ ହିସାବରେ ମନୁଷ୍ୟଙ୍କ ଖାଦ୍ୟନଳୀ ବହୁତ ପତଳା ହୋଇଥାଏ । ଏହା କିପରି ସମ୍ଭବ, ଏହି କଥା ଶୁଣି ଡାକ୍ତର ଆର୍ଶ୍ଚଯ୍ୟ ହୋଇଯାଇଥିଲେ ।

ସେହିଭଳି ଅସ୍ତ୍ରୋପଚାର ପରେ ବ୍ୟକ୍ତି ଜଣକ ପାଇଁ ଆଉ ଏକ ମଳଦ୍ବାର ଖୋଲା ଯାଇଥିବା କଥା କହିଛନ୍ତି ଡାକ୍ତର । ତେବେ ସେ ସୁସ୍ଥ ହେବା ଲାଗି ସମୟ ଲାଗିବ ବୋଲି ଡାକ୍ତର ହାସନ କହିଛନ୍ତି । ଅପରପକ୍ଷେ ଅସ୍ତ୍ରୋପଚାର ପରେ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ରହିଥିବାବେଳେ ପରିବାର ଲୋକେ ଏହା ବିଷୟରେ ଗଣମାଧ୍ୟମ ଆଗରେ କିଛି କହିବାକୁ ଇଚ୍ଛୁକ ନଥିବା ଜଣାପଡିଛି ।

Related Posts