ଜମ୍ମୁ–କାଶ୍ମୀରରେ ବରଫ ବର୍ଷା: ଯାତାୟତ ପ୍ରଭାବିତ

ଜାମ୍ମୁ କାଶ୍ମିରରେ ରେକର୍ଡ଼ ଭାଙ୍ଗିଛି ବରଫ ବର୍ଷା । ଅନନ୍ତନାଗ ଜିଲ୍ଲାର ପେହେଲଗାମ ସହରରେ ବରଫ ବର୍ଷା ଲାଗି ରହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ରାସ୍ତା ଘାଟ ସବୁ ବରଫରେ ଭର୍ତି ହୋଇ ରହିଛି ।

ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଶୀତୁଆ ସକାଳର ଏହି ବରଫ ବର୍ଷା ସାଙ୍ଗକୁ କୁହୁଡି ଲୋକଙ୍କ ସମସ୍ୟା ବଢାଇଛି । ରାଜ୍ୟରେ ପୁରା ହାଡ ଭଙ୍ଗା ଶୀତ ଅନିଭୁତ ହେଉଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ଆଂଚଳିକ ପାଣିପାଗ ବିଭାଗ ସର୍ତକ ସୁଚନା ଜାରି କରିଛି ।

Related Posts