ଜମ୍ମୁ-କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଜାମ୍ମୁ ଓ କାଶ୍ମୀରରେ ୬ ମାସ ଧରି ଲାଗୁ ହୋଇଥିବା ରାଜ୍ୟପାଳ ଶାସନ ବୁଧବାର ଶେଷ ହୋଇଥିବା ବେଳେ, ଗୁରୁବାରଠାରୁ ରାଷ୍ଟ୍ରପତି ଶାସନ ଲାଗୁହୋଇଛି ।

ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଏକ ରିପୋର୍ଟ ପରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ରରୁ ଅନୁମତି ମିଳିଛି । ଗତ ଜୁନ୍‌ ମାସରେ ଜାମ୍ମୁ ଓ କାଶ୍ମୀରରେ ବିଜେପି ପିଡିପି ମେଣ୍ଟ ଭାଙ୍ଗିବା ପରେ ମେହବୁବା ମୁଫ୍‌ତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା ।

Comments are closed.